Header Ads

test

Breaking

Post Top Ad

Your Ad Spot

26 Nov 2017

ଅନୁବାଦ ଲେଖା



ଅନୁବାଦ ଲେଖା-:

"ପାଉଁଜି ହଜାରେ ଟଙ୍କାରେ ଆସେ
 ହେଲେ
ପାଦରେ ବନ୍ଧା ଯାଏ"
 ଏବଂ
 "ଟିକିଲି ଟଙ୍କାରେ ମିଳେ
     ହେଲେ
 ମଥାରେ ଲଗାଯାଏ " ।

ସେଥିପାଇଁ ମୂଲ୍ୟର ମହତ୍ତ୍ବ ନଥାଏ
 କୃତ୍ୟର ମହତ୍ତ୍ବ ଅଧିକ ।।
-------------------------------------------
ଗୋଟେ ଲାଇବ୍ରେରୀରେ ଗୀତା ଓ କୁରାନ କେବେ ନିଜ ଭିତରେ ଲଢେଇ କରନ୍ତି ନାହିଁ,
ଯେଉଁମାନେ ଲଢେଇ କରନ୍ତି, ସେମାନେ କେବେ ଦୁଇ ମୂଲ୍ୟବାନ ଗ୍ରନ୍ଥକୁ ପଢନ୍ତି ନାହିଁ ।
----------------------------------------------------
ଲବଣ ସଦୃଶ କ୍ଷାର ସ୍ବାଦ ଯୁକ୍ତ ଭୁଲ୍ ଠିକର ଜ୍ଞ୍ୟାନ ଦେଉଥିବା ବନ୍ଧୁ ପ୍ରକୃତ ମିତ୍ର ଅଟେ,
ମିଠା କଥା କହୁଥିବା ଲୋକମାନେ ସ୍ବାର୍ଥ ପାଇଁ ପାଦ ବି ଧରି ନିଅନ୍ତି ।
-----------------------------------------------------
ଇତିହାସ ସାଖି ଅଛି ଆଜି ପର୍ଯ୍ୟନ୍ତ ଲୁଣରେ କେବେ ପୋକ ଲାଗି ନାହାନ୍ତି,
ଏବଂ
ମିଷ୍ଠାନ୍ନରେ ପ୍ରାୟ ସମୟେ ପୋକ ପଡିଯାଏ ।
-----------------------------------------------
ଭଲ ମାର୍ଗରେ କେହି ଯାତ୍ରା କରନ୍ତି ନାହିଁ
  ଏବଂ
ଖରାପ (ଦୂର୍ଗୁଣ) ମାର୍ଗକୁ ସମସ୍ତେ ସହଜରେ ଆପଣେଈ ନିଅନ୍ତି  ।
--------------------------------------------
ସେଥିପାଇଁ ବିଷ (ମଦିରା) ବିକ୍ରୀ କରୁଥିବା ବ୍ୟକ୍ତି ଗୋଟିଏ ସ୍ଥାନରେ ବସି ରହେ
      ଏବଂ
କ୍ଷୀର ବିକ୍ରୀ କରୁଥିବା ବ୍ୟକ୍ତିକୁ ଗଳି ଗଳି ଘର ଘର ବୁଲିବାକୁ ହୁଏ ।
------------------------------------------
କ୍ଷୀର ବାଲାକୁ ତାଗିଦ୍ କରାଯାଏ କେତେ ପାଣି ମିସାଇଛୁ ?
     ଏବଂ
ମଦିରାରେ ନିଜେ ନିଜ ହାତରେ ପାଣି ମିଶାନ୍ତି ।
---------------------------------------
ଦୁନିଆର ଇଏ ଅଜବ ରିତିନୀତି

ଯାହା ଭାଗ୍ୟରେ ଅଛି ନିଶ୍ଚୟ ମିଳିବ
ଯାହା ନାହିଁ, ତାହା ଆସି ମଧ୍ୟ ଫେରିଯିବ ।
------------------------------------------
ଜୀବନକୁ ଏତେ ଦୁଃଖ କଷ୍ଟ ଓ ଦୁଶ୍ଚିନ୍ତାରେ ଢାଙ୍କି ଦିଅନାହିଁ,
ନାଁ ତୁମେ କିଛି ନେଇକି ଯିବ, ନାଁ ମୁଁ କିଛି ନେଇକି ଯିବି,
ଯାହା ଥିଲା,ଯାହା ଉପାର୍ଜନ କରିଛ ସବୁ ଏଇଠି ରହିବ,
ନିଜେ ଖୁସିରେ ବଞ୍ଚ ଓ ଅନ୍ୟକୁ ଖୁସିରେ ବଞ୍ଚିବାକୁ ଦିଅ,
ଦିନେ ନା ଦିନେ ସମସ୍ତଙ୍କୁ ନିଶ୍ଚିତ ମରିବାକୁ ହେବ ।
------------------------------------------------
ଏକ ଚିରନ୍ତନ ସତ୍ୟ-:
ଜୀବନ ଯଦି ଏତେ ସୁକ୍ଷ୍ମ ସରଳ ହୋଇଥାନ୍ତା,
ଆମେ ଦୁନିଆରେ କାନ୍ଦି କାନ୍ଦି ପାଦ ରଖିନଥାନ୍ତେ ।

    କିନ୍ତୁ

ଏକ ମିଠା ଏହା ବି ଅଟେ-:
ଜୀବନ ଯଦି ଏତେ ଖରାପ ହୋଇଥାନ୍ତା
ଦୁନିଆରୁ ବିଦାୟ ନେବା ସମୟରେ କନ୍ଦେଇ କନ୍ଦେଇ ଯାଇନଥାନ୍ତେ ।
--------------------------------------------
ଶବକୁ ଛୁଇଁଲେ ସ୍ନାନ କରି ଶୌଚ ହେଉଛନ୍ତି
    ହେଲେ
ମୃତ ପଶୁ ପକ୍ଷୀକୁ ମାରି ତାର ମାଂସ ସସମ୍ମାନେ ଖାଉଛନ୍ତି ।
----------------------------------------------
ମନ୍ଦିର ମସଜିଦ ରେ ବି ଅଜବ ପରିସ୍ଥିତି

ଗରିବ ଭିକାରୀ ମନ୍ଦିର ବାହାରେ ସର୍ବ ସମ୍ମୁଖରେ ଭିକ ମାଗେ
       ଓ
ଧନୀ ମନ୍ଦିର ଭିତରେ ।
-----------------------------------------------
ଦୁନିଆର ବିଚିତ୍ର ଓ କଠୋର ସତ୍ୟ

ବିବାହ ଉତ୍ସବରେ ବରଯାତ୍ରୀ ଆଗେ
    ଓ
ବର ସମସ୍ତ ପଛରେ ଯାଏ,

     କିନ୍ତୁ
ଶବ ଶୋଭିଯାତ୍ରାରେ ଶବ ଆଗେ
      ଓ
ସାରା ଦୁନିଆ ପଛରେ  ।
ଏହାର ଅର୍ଥ ଦୁନିଆ ସୁଖର ସାଥି
 ଦୁଃଖର ନୁହଁ ।।
-------------------------------------------
ଅଜବ ଏ ଦୁନିଆ
ଅଜବ ତାର ଖେଳ ।
ମୃତ ବ୍ୟକ୍ତିଙ୍କୁ ମୋହମବତୀ ଜଳାଇ ମନେ ପକାନ୍ତି
    ଓ
ଜନ୍ମଦିନରେ ମୋହମବତୀ ଲିଭାଇ ଖୁସି ପାଳନ୍ତି ।
-----------------------------------------------
*ନୂଆ ଶତାଦ୍ଧୀରେ ନୂଆ ସ୍ଲୋଗାନ,
ପୁଅ ବାପକୁ କହେ କଣ କରିଛ ତୁମ ଜୀବନେ ।

*ଆଖିରେ ପାଣି ମଲା, ମଲା ସରମ ଲାଜ,
ବୋହୁ କହେ ଶାଶୁକୁ, ଘରେ ଚାଲିବ ମୋ ରାଜ୍ ।

*ଭାଇ ବି କରୁନାହିଁ ଭାଇ ଉପରେ ବିଶ୍ବାସ
ଭଉଣୀ ପର ହୋଇଗଲା ଶାଳୀ ଅଟେ ବହୁତ ଖାସ୍ ।

*ମନ୍ଦିରରେ ପୂଜା କରନ୍ତି, ଘରେ ସୃଷ୍ଟି ହେଲେ କ୍ଲେଶ,
ପିତାମାତା ବୋଝ ଲାଗନ୍ତି, ପଥରକୁ ପୂଜନ୍ତି ମାନି ଗଣେଶ ।

*ମାନବ ଠାରେ ନାହିଁ ଆଉ ଦୟା ବିଶ୍ବାସ ଧରମ,
ସଭିଏଁ ଏଠି ମିଛ ମାୟାରେ ବନ୍ଧା, ଭୁଲିଯାନ୍ତି ନିଜ କରମ ।

*ପଥରର ଭଗବାନ ପାଖେ ଲାଗେ ଛପନ ଭୋଗ,
ରାସ୍ତା କଡେ ଭୋକ ଉପାସେ ମରନ୍ତି କେତେ ଲୋକ ।

*ଭଦ୍ର ମୁଖା ପିନ୍ଧି କରନ୍ତି ଦିନ ତମାମ ପାପ,
ଦାନ ଦିଅନ୍ତି ଦକ୍ଷିଣା କରନ୍ତି, ଘରେ ଓପାସେ ରହେ ବାପ ।।

ସମାଜର ଦର୍ପଣ

No comments:

Post a Comment

Post Top Ad

Your Ad Spot

Pages